This browser does not support the video element.
କଣ୍ଟାମାଳ: ମନମୁଣ୍ଡା ପାକ୍ସ ପରିଦର୍ଶନ କଲେ ଉପ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ
Kantamal, Boudh (Bauda) | Aug 30, 2025
ଶନିବାର କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ପୀକ୍ସକୁ ପରିଦର୍ଶନ କରିଛନ୍ତି ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ l ଶ୍ରୀ ଭୋଇ ମନମୁଣ୍ଡା ପାକ୍ସ ଠାରେ ପହଞ୍ଚି ସାର ବଣ୍ଟନ ଓ ସାର ଷ୍ଟକ୍ ର ଅନୁଧ୍ୟାନ କରିବା ସହିତ ଧାନ ପଂଜିକରଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ | ପରିଦର୍ଶନ ସମୟରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଫକିର ମୋହନ ବାଘ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l