Download Now Banner

This browser does not support the video element.

ରଣପୁର: ଗୌରଚନ୍ଦ୍ରପୁର ଛକ ନିକଟରେ ,ଟ୍ରଲର୍ ପଛରେ ପଶିଗଲା କାର୍ ଜଣ ମୃତ ଓ ୩ ଜଣ ଗୁରୁତର

Ranapur, Nayagarh | Mar 24, 2024
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ୧୬ନମ୍ବର ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକ ନିକଟରେ ଏକ ଟ୍ରଲରକୁ କାରଟିଏ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଯୁବତୀ ଅଛନ୍ତି। ମୃତ ଯୁବକଙ୍କ ନାଁ ଅମରଜ୍ୟୋତି ରାଉତ (୨୮)। ତାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗୁରୁତର ଆହତ ଯୁବକଙ୍କ ନାଁ ଦିପ୍ତୀ ସାମନ୍ତରାୟ (୨୪)।ତାଙ୍କ ଘର କେନ୍ଦ୍ରାପଡ଼ାରେ। ସେହିପରି ଆହତ ଯୁବତୀ ଦ୍ୱୟ ହେଉଛନ୍ତି କଳାହାଣ୍ଡିର ରଞ୍ଜିତା ନାୟକ ଓ କୋମଲ ଶର୍ମା ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଚାନ୍ଦପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛ।
Read More News
T & CPrivacy PolicyContact Us