This browser does not support the video element.
ଚମ୍ପୁଆ: ଯୋଡା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ କାର ଦୁର୍ଘଟଣା ଗ୍ରସ୍ତ
Champua, Kendujhar | Aug 31, 2025
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସହରର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗତ ରାତିରେ ଏକ କାର ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ହୁଡାରେ ପଶି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକଙ୍କ ସମ୍ପର୍କରେ ସୂଚନା ମିଳି ପାରି ନାହିଁ। ହଠାତ୍ ନିଦ ଆସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରା ଯାଉଛି