This browser does not support the video element.
ପୁରୀ ମ୍ୟୁନିସିପାଲଟି: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାତଲହଡି ମଠ ଠାରେଅତିବଡ଼ି ଜଗନ୍ନାଥ ଦାଶ ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ l
Puri M, Puri | Sep 1, 2025
ଅତିବଡୀ ଜଗନ୍ନାଥ ଦାସଙ୍କ କାଳଜୟୀ ଓଡ଼ିଆ ଭାଗବତ ଓଡ଼ିଆ ଅସ୍ମିତାର ପ୍ରତୀକ।ଏହା ଯୁଗ ଯୁଗ କୁ ଆମ ସଂସ୍କୃତି ର ରକ୍ଷା କବଚ ପାଲଟି ଥିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୁରୀ ସାତଲହଡି ମଠ ଠାରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା।ଏହି ଅବସରରେ ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମ ଭାବନା କ୍ଷେତ୍ରରେ ଅତିବଡୀ ଜଗନ୍ନାଥ ଦାସ ଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆଜି ଦିନ 2 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l