Download Now Banner

This browser does not support the video element.

ବିଶୋଇ: ବିଶୋଇ ବ୍ଲକ୍ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଜଗନ୍ନାଥଙ୍କ ଭକ୍ତଙ୍କୁ ସର୍ବତ ଓ ଚୁଡ଼ା ବଣ୍ଟନ

Bisoi, Mayurbhanj | Jul 8, 2024
ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ମୁଖର ହୋଇ ପାଳିତ ହେଉଥିବା ବେଳେ, ବିଶୋଇ ଠାରେ ମଧ୍ୟ ଆଜି ଅପରାହ୍ନ ୫ଟା ସମୟରେ ରଥଯାତ୍ରା ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ଆଜି ର ଗୁଳଗୁଳିଆ ଓ ଗରମ ପାଗକୁ ଦୃଷ୍ଟିରେ ରଖି ବିଶୋଇ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ,ରଥ ଟାଣିବାକୁ ଆସିଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସର୍ବତ ଓ ଚୁଡ଼ା ଭୋଗ ବଣ୍ଟନ କରିଥିଲେ। ଏହି ଭଳି ପ୍ରତ୍ୟେକ ସମାଜ ସେବା କ୍ଷେତ୍ରରେ ଏହି ଡ୍ରାଇଭର ସଂଘର ସଦସ୍ୟ ମାନେ ସବୁ ବେଳେ ଆଗଭର ଥିବାର ଦେଖିବାକୁ ମିଳିଥାଏ।
Read More News
T & CPrivacy PolicyContact Us