This browser does not support the video element.
ଦେବଗଡ: ରିଆମାଳ କଲ୍ୟାଣ ମଣ୍ଡପରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Debagarh, Debagarh (Deogarh) | Sep 8, 2025
ଦେବଗଡ଼ ଜିଲ୍ଲା ରିଆମାଳ କଲ୍ୟାଣ ମଣ୍ଡପରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ ପ୍ରାୟ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏଥିରେ ଯୋଗଦେଇ ୧୮ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ମଧ୍ୟରେ ୧୦ ଟି ବ୍ୟକ୍ତିଗତ ଏବଂ ୮ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ଶିକ୍ଷକ ନିଯୁକ୍ତି, ନଳକୂପ ମରାମତି, ମୋବାଇଲ ନେଟୱର୍କ, ଜମିର ପଟ୍ଟା ସଂଶୋଧନ ଆଦି ଅଭିଯୋଗ ହୋଇଥିଲା।