This browser does not support the video element.
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଛକ ଠାରେ
Dhenkanal Sadar, Dhenkanal | Aug 21, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଛକ ଠାରେ ଆଜି ତା ୨୧।୮ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ଗ୍ରାମର ଦିଲ୍ଲୀପ କୁମାର ବାରିକ ଓ ତାଙ୍କ ଝିଅ ନିର୍ଝରିଣୀ ବାରିକ ୨୫ବର୍ଷ ଏକ ସ୍କୁଟି ଯାହାର ନଂ OD 06G 5264ରେ ନିଜର ଘରକୁ ଫେରୁଥିବା ବେଳେ ଗଁଦିଆ ପଟୁ ସଦର ଥାନା ଅନ୍ତର୍ଗତ ଲୋଚାପଲ୍ଲୀ ଗ୍ରାମର ଜାକିଶ୍ରଫ ବେହେରା ୨୫ବର୍ଷ ଏକ ବାଇକ ଯାହାର ନଂ OR 05AP 2605ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।