This browser does not support the video element.
ଝାରସୁଗୁଡା: ଓଡିଶା ଡ୍ରାଇଭର ମହାସଙ୍ଘ ଝାରସୁଗୁଡା ଶାଖା ପକ୍ଷରୁ ଝାରସୁଗୁଡା ସହରରେ ଶୋଭାଯାତ୍ରା ଅନୁଷ୍ଠିତ
Jharsuguda, Jharsuguda | Sep 4, 2025
ଓଡିଶା ଡ୍ରାଇଭର ମହାସଙ୍ଘ ଝାରସୁଗୁଡା ଶାଖା ପକ୍ଷରୁ ଝାରସୁଗୁଡା ସହରରେ ଶୋଭାଯାତ୍ରା ଅନୁଷ୍ଠିତ l ଆଜି ଅପରାହ୍ନ ପ୍ରାୟ ୩ ଟା ରୁ ୪ ଟା ଯାଏଁ ଓଡିଶା ଡ୍ରାଇଭର ମହାସଂଘ ଝାରସୁଗୁଡା ଶାଖା ପକ୍ଷରୁ ଝାରସୁଗୁଡାରେ ଓଡିଶା ଡ୍ରାଇଭର ମହାସଙ୍ଘ ର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଙ୍କୁ ସ୍ୱାଗତ କରିବା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ପ୍ରଶାନ୍ତ ମେଣ୍ଡୁଲି ଓଡିଶା ଡ୍ରାଇଭର ମହାସଂଘ ର ସଭାପତି ଥିବାବେଳେ ଏବେ ଅଲ ଇଣ୍ଡିଆ ଡ୍ରାଇଭର ମହାସଙ୍ଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭବାରେ ଚୟନ ହେବା ପରେ ଝାରସୁଗୁଡା ରେ ଡ୍ରାଇଭର ମାନଙ୍କ ମଧ୍ୟରେ ଖୁସି ର ଲହରୀ ଦେଖାଦେଇଛି l