Download Now Banner

This browser does not support the video element.

ଦେବଗଡ: ଚିରଗୁଣିକୁଦର ଗାଁ ନିକଟ ଖସଡା ଜଙ୍ଗଲ ମଧ୍ୟରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Debagarh, Debagarh (Deogarh) | Sep 12, 2025
ଦେବଗଡ ବନଖଣ୍ଡରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ରିଆମାଳ ବନାଂଚଳ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚିରଗୁଣିକୁଦର ନିକଟ ଖସଡା ଜଙ୍ଗଲରେ ଆଜି ସକାଳୁ ହାତୀଟିର ମୃତ୍ୟୁ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ହାତୀର ଶବ ପଡିଥିବା ସ୍ଥାନୀୟ କିଛି ଲୋକ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ସାଇଂଟିଫିକ ଟିମ ସହିତ ବନବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦନ୍ତା ହାତୀର ଆନୁମାନିକ ବୟସ ପ୍ରାୟ ୧୦ ରୁ ୧୫ ବର୍ଷ ହେବ ବୋଲି ଜଣାପଡିଛି । ହାତୀର ଦାନ୍ତ ସୁରକ୍ଷିତ ଥିବା ବେଳେ ଦେହରେ କୌଣସି ଆଘାତ ନଥିବା ଜଣାପଡିଛି ।
Read More News
T & CPrivacy PolicyContact Us