This browser does not support the video element.
ଲାଞ୍ଜିଗଡ: ଦଶ ଦିନ ମଧ୍ୟରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି ନେଇ ବିଡ଼ିଓ ତହସିଲଦାର ଓ IIC ଙ୍କୁ ଦାବି ପତ୍ର ପ୍ରଦାନ
Lanjigarh, Kalahandi | Sep 12, 2025
ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଗୋଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ନିଜର ପାଞ୍ଚବର୍ଷ ଅବଧି ମଧ୍ୟରେ ରକ୍ଷଣାବେକ୍ଷଣ ତ ଦୂରର କଥା ଏହାର ସାମାନ୍ୟ ମରାମତି ମଧ୍ୟ କଲେ ନାହିଁ। ଫଳରେ ରାସ୍ତା ନିର୍ମାଣ ହେବାର ବର୍ଷକ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ସେଇଦିନଠୁ ଆଜିକୁ ଛଅବର୍ଷ ହେଲା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି।