This browser does not support the video element.
ଝାରସୁଗୁଡା: ରେମତାରେ ନିଶୁକ୍ଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
Jharsuguda, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା ରେମତାରେ ନିଶୁକ୍ଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି l ଝାରସୁଗୁଡ଼ା ଜିଲା ତ୍ରିରଙ୍ଗା ଫାଉଣ୍ଡେସନ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ଆଜି ରବିବାର ସକାଳ ୯ ଟା ରୁ ଅପରାହ୍ନ ୧ ଟା ଯାଏଁ ଅନୁଷ୍ଠିତ ଏହି ଶିବିରରେ ୧୯ ଖଣ୍ଡ ମୌଜା ଏବଂ ପଡୋଶୀ ଛତିଶଗଡ଼ ରାଜ୍ୟ ଅଞ୍ଚଳର ମୋଟ ୨୩୦ ଜଣଙ୍କ ନିଶୁକ୍ଳ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହା ସହ ମାଗଣାରେ ମୁଧୁମେୟ ପରୀକ୍ଷା ମଧ୍ୟ କରାଯାଇଥିଲା।