Download Now Banner

This browser does not support the video element.

ଅନୁଗୋଳ: ବେଆଇନ ବାଲି ଚାଲାଣ ବେଳେ ଶଙ୍ଖମୁର ଗ୍ରାମର ଯୁବକ ଗିରଫ, ବାଲି ବୋଝେଇ ଟ୍ରାକ୍ଟର ଜବତ

Anugul, Angul | Oct 6, 2025
ଖମାର ଥାନା ପୋଲିସ ବେଆଇନ ବାଲି ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିବା ସହିତ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ଶଙ୍ଖମୁର ଗ୍ରାମର କୈଳାଶ ମୁଣ୍ଡା ବୋଲି ଜଣାପଡିଛି । କୈଳାଶଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୫ ଟାରେ ଖମାର ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରାକ୍ଟର ଯୋଗେ ବେଆଇନ ବାଲି ଚାଲାଣ ହେଉଥିବା ସୂଚନା ପାଇଥିଲା । ସୂଚନା ଆଧାରରେ ପୋଲିସ ଚଢଉ କରିଥିବା ବେଳେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲା ।
Read More News
T & CPrivacy PolicyContact Us