This browser does not support the video element.
ଦେବଗଡ: ସ୍ଥାନୀୟ ବରିଷ୍ଠ ନାଗରିକ ଫୋରମ କାର୍ଯ୍ୟାଳୟରେ ପରିବେଶ ପଞ୍ଚାୟତ ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Debagarh, Debagarh (Deogarh) | Aug 24, 2025
ଦେବଗଡ ବରିଷ୍ଠ ନାଗରୀକ ଫୋରମ କାର୍ଯ୍ୟାଳୟରେ ଆଜି ଦିନ ପ୍ରାୟ ୧୨ ଟା ପର୍ଯ୍ୟନ୍ତ ପରିବେଶ ପଂଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଳ୍ପବିହୀନ ଦେବଗଡ ଜିଲ୍ଲାରେ ପ୍ରକୃତିର ଅନେକ ପ୍ରାକୃତିକ ପରିବେଶ ରହିଛି। କିନ୍ତୁ ଆଗ ଭଳି ସେହି ପ୍ରାକୃତିକ ପରିବେଶ ବର୍ତ୍ତମାନ ନାହିଁ । ବିକାଶ ଆଳରେ ଜଙ୍ଗଲ ଧ୍ୱଂସ କରାଯାଉଥିବା ବେଳେ ଜଙ୍ଗଲ ପୋଡି ଯୋଗୁଁ ପରିବେଶ ପ୍ରଦୁଷିତ ହେଉଛି।