Download Now Banner

This browser does not support the video element.

ଦେବଗଡ: ଜରାଛାଟ ଗ୍ରାମରେ ବଜ୍ରାଘାତରେ ଚେତା ହରାଇଲେ ୨୫ ରୁ ଅଧିକ ମହିଳା ଏବଂ ପୁରୁଷ

Debagarh, Debagarh (Deogarh) | Sep 6, 2025
ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଜରାଛାଟ ଗ୍ରାମରେ ଆଜି ସନ୍ଧ୍ୟାରେ ବଜ୍ରାଘାତ ହୋଇଛି । ବଜ୍ରାଘାତରେ ୨୫ ଜଣ ରୁ ଅଧିକ ଚେତା ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତେ ଜରାଛାଟ ଗ୍ରାମର ହୋଇଥିବା ବେଳେ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଭର୍ତି କରାଯାଇଛି । ଜରାଛାଟ ଗ୍ରାମର ଚିତ୍ରକୂଟ ପାହାଡରେ ଗିରି ଗୋବର୍ଦ୍ଧନ ପୂଜା ଚାଲିଥିଲା । ଗାଁର ପ୍ରାୟ ଶହେ ରୁ ଦେଢ ଶହ ମହିଳା ଓ ପୁରୁଷ ପୂଜାରେ ସାମିଲ ହୋଇଥିଲେ । ସେହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା ।
Read More News
T & CPrivacy PolicyContact Us