This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ଭିନ୍ନକ୍ଷମ ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
Sambalpur M, Sambalpur | Sep 8, 2025
ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ, ରାଜ୍ୟ ଭିନ୍ନକ୍ଷମ ଆୟୋଗ ଏବଂ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶାଳୟ ସମ୍ବଲପୁରର ମିଳିତ ଉଦ୍ୟମରେ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ୍-୨୦୧୬ ସଂପର୍କିତ ସଚେତନତା କାର୍ଯ୍ୟଶାଳା ଓ କ୍ୟୁଇଜ କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାର ୭ଟି ମହାବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବରଗଡର ପଞ୍ଚାୟତ ମହାବିଦ୍ୟାଳୟ, ଝାରସୁଗୁଡାର ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ, ହୀରାକୁଦ ମହାବିଦ୍ୟାଳୟ, ବୁର୍ଲା ଏନ ଏ ସି ମହ