This browser does not support the video element.
ପୁରୀ ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାଇକ ଚୋରି ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l
Puri M, Puri | Sep 9, 2025
ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ୱର ଜିଲ୍ଲା କଣ୍ଟାପଡା ଥାନା ଅଂଚଳର ଗନ୍ଧିଆ ଓରଫ ତାପସ ମଲ୍ଲିକ ୧୯ ଓ ଦିପୁ ଓରଫ ଜ୍ୟୋତି ଶଙ୍କର ପଣ୍ଡା ୨୩ l ଅଭିଯୁକ୍ତଙ୍କ ଠାରୁ ବାଇକ ଜବତ କରିଛି ପୁଲିସ l ମଙ୍ଗଳବାର ସକାଳେ ଟାଉନ ଥାନା ଅନ୍ତର୍ଗତ ମଣିକର୍ଣ୍ଣିକା ସାହିର ଵାପିନା ସାହୁ ଥାନାରେ ଅଭିଯୋଗ କରିଥିଲେ ଯେ ଚିକିତ୍ସାଳୟ ପରିସରରେ ତାଙ୍କର ଓଡି ୧୩ଏଚ ୩୦୬୩ ନମ୍ବର ବିଶିଷ୍ଟ ବାଇକ ପାର୍କିଙ୍ଗରେ ରଖି ଔଷଧ କିଣିବାକୁ ଯାଇଥିଲେ l ଔଷଧ କିଣି ଫେରିଲା ବେଳେ ବାଇକ ପାଇନଥିଲେ l ସଙ୍ଗେ ସଙ୍ଗେ ଥାନାରେ ସେ ଅଭିଯୋଗ କରିଥିଲେ l କୁମ୍ଭାରପଡା ଥାନା ପୁଲିସ ସଙ୍ଗେ ସଙ୍ଗେ ତଦନ୍ତ କରିଥିଲେ l