This browser does not support the video element.
କୋରାପୁଟ ସହର: ଲଗାଣ ବର୍ଷାରେ ଲମତାପୁଟ ସହରରେ ଘରେ ପସିଲା ୫ଫୁଟ ପାହାଡ଼ିଆ ପାଣି, ରାସ୍ତାରେ ବୁଡିଲା କାର
Koraput Town, Koraput | Aug 27, 2025
୪୮ଘଣ୍ଟା ଲଗାଣ ବର୍ଷା ରେ ଲମତାପୁଟ ବେହାଲ । ବୁଧବାର ପ୍ରାୟ ଭୋର୍ ୩ ଟାରେ ପ୍ରବଳ ବର୍ଷା ଯୋଗୁଁ ଲମତାପୁଟ ସହରରେ ଅଚାନକ ପାହାଡିଆ ପାଣି ଆସି ଘର ଭିତରେ ୫ ଫୁଟର ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଯିବା ସହ ଲୋକ ହନ୍ତସନ୍ତ ହୋଇ ପଡ଼ିଥିଲେ।ରାସ୍ତା କଡ଼ରେ ଥିବା କାର ସମ୍ପୂର୍ଣ ବୁଡ଼ିଯାଇଥିବା ବେଳେ ଜୟପୁର ଲମତାପୁଟ ମୁଖ୍ୟରାସ୍ତା କଡରେ କୋଲଭେଟ କୂଳ ଖାଇ ବିପଦ ସଂକୁଳ ଅବସ୍ଥାରେ ରହିଛି । ଫଳରେ ଯାତାୟତ ସକାଳ ୯ ଘଣ୍ଟା ସମୟରେ ଜୟପୁର ରାସ୍ତା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା।