This browser does not support the video element.
ନୂଆପଡା: ତୁକଲା ଗ୍ରାମରେ ଅଘଟଣ, ଦୋକାନରେ ନିଆଁ ଲାଗି ସ୍ବାମୀ ସ୍ତ୍ରୀ ମୃତ
Nuapada, Nuapada | Aug 25, 2025
ଖଡ଼ିଆଳ ଥାନା ତୁକଲା ଗ୍ରାମରେ ଅଘଟଣ, ଘରେ ନିଆଁ ଲାଗି ସ୍ବାମୀ ସ୍ତ୍ରୀ ମୃତ। ଘଟଣାରୁ ପ୍ରକାଶଯେ ଆଜି ରାତି ୮ ଟାରେ ତୁକଲା ବ୍ରାହ୍ମଣପଡ଼ାର ରାଜେଶ୍ ପଟେଲ (୩୦)ଓ ତାଙ୍କ ସ୍ତ୍ରୀ ରିମା ପଟେଲ (୨୪) ନିଜ ଦୋକାନରେ ଥିବା ବେଳେ ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁରେ ସ୍ବାମୀ ସ୍ତ୍ରୀ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖଡ଼ିଆଳ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।