Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ବ୍ଲକ ର ଦ୍ୱିତୀୟ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରଚୁଲି ଠାରେ ଅନୁଷ୍ଠିତ

Polasara, Ganjam | Aug 25, 2025
ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ କରଚୁଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ଵିତୀୟ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, କରଚୁଲି ପଞ୍ଚାୟତ ସରପଞ୍ଚ ପାର୍ବତୀ ନାୟକ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। କରଚୁଲି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୬୬ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା।
Read More News
T & CPrivacy PolicyContact Us