This browser does not support the video element.
କଟକ ପୌରାଞ୍ଚଳ: ସାଲେପୁର ଥାନା ଅନ୍ତର୍ଗତ ବିରୂପା ନଦୀରେ ବୁଡି ଯୁବକ ନିଖୋଜ
Cuttack M Corp PS, Cuttack | Sep 7, 2025
କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବିରୂପା ନଦୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ କୁକୁଡ଼ାଙ୍ଗ ଗ୍ରାମର ବିଭୁ ପ୍ରସାଦ କାନୁନଗୋ। ରବିବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ।