This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କଚେରୀ ଛକ ରୁ ଏକ ସାଇକେଲ ରାଲି ଅନୁଷ୍ଠିତ
Sambalpur M, Sambalpur | Aug 31, 2025
ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କଚେରୀ ଛକ ରୂ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ 7.30 ସମୟରେ କଚେରୀ ଛକରୁ ଏକ ସାଇକେଲ ରାଲି ସହର ପରିକ୍ରମା କରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ଖେଳ ଦିବସ ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ଲକ୍ଷ l ଏହି ଅବସରରେ ଏହି ରାଲି କୁ ସମ୍ବଲପୁର ଅତିରିକ୍ତ ଜ଼ିଲ୍ଲାପାଳ, ଜ଼ିଲ୍ଲା ଖେଳ ଅଧିକାରୀ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ l