This browser does not support the video element.
ଡାବୁଗାଁ: ଜୁନାପାଣି ନିକଟରେ ଟ୍ରାକ୍ଟରରେ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
Dabugan, Nabarangpur | May 31, 2025
ଡାବୁଗାଁ ବନାଞ୍ଚଳ ଅଧୀନ ଜୁନାପାଣି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଚୋରା କାଠ ଚାଲାଣ ସମୟରେ ଶୁକ୍ରବାର ରାତିରେ ଡାବୁଗାଁ ବନ ବିଭାଗ ଜଣକୁ ଗିରଫ କରି ଟ୍ରାକ୍ଟର ଜବତ କରିଛି | ଅଭିଯୁକ୍ତ ଜଗନ୍ନାଥ ଭତ୍ରାଙ୍କୁ ଆଜି କୋର୍ଟ ଚାଲାଣ କରିଛି | ଦରଗୁଲା ଏକଟାଗୁଡା ଗ୍ରାମର ଏକ ବେସରକାରୀ ଜମିରୁ ଗିର୍ଲା ଗ୍ରାମର ଜଗନ୍ନାଥ ଭତ୍ରା ଗଛ କାଟି ଜାଳେଣୀ ଉଦ୍ଦେଶ୍ୟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଗିର୍ଲା ଗ୍ରାମକୁ ଆଣୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଚଢାଉ କରି କାଠ ଜବତ କରି କାର୍ଯ୍ୟାଳୟକୁ ଆଣିଥିଲେ | କେସ ନମ୍ବର 56/25ରେ ମାମଲା ରୁଜୁ କରିଥିଲେ |