This browser does not support the video element.
ଫୁଲବାଣୀ ସହର: ବାଲିପଦର ଗାଁ ବାଙ୍କରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି
Phulabani Town, Kandhamal | Apr 24, 2024
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତ ବାଲିପଦର ଗାଁ ବାଙ୍କରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣା ପଡିଛି l ସୂଚନା ଅନୁସାରେ ଅପ୍ରେଲ ୨୩ତାରିଖ ମଙ୍ଗଳବାର ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କ୍ରାଣ୍ଡିବାଲି ପଂଚାୟତ ଅଧୀନରେ ଥିବା ଡ଼ଙ୍ଗୀମେଣ୍ଡି ଗାଁର ଲମ୍ବୋଦର କହଁର ତାଙ୍କ ପୁଅ ପ୍ରଶାନ୍ତ କହଁର ଓ ପକାରୀ ପଂଚାୟତ ବାଞ୍ଜିପିଡିଆ ଗାଁର ଲମ୍ବୋଦର ଙ୍କ ଭଣଜା ବାସୁଦେବ କହଁର ଫିରିଙ୍ଗିଆ ଥାନା କେକ୍ରିଙ୍ଗିଆ ଗାଁକୁ ଦିନ ବେଳା ଗୁଣି କାମ କରିବାକୁ ଆସି ନିଜ ଗାଁ ଫେରୁଥିଲେ।