Download Now Banner

This browser does not support the video element.

ଖଲ୍ଲିକୋଟ୍: ସାବୁଳିଆ ଗ୍ରାମରେ ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ; ପରିବାରକୁ ଭେଟି ସହାୟତା ପ୍ରଦାନ ସହ ସମବେଦନା ଜଣାଇଲେ ବିଧାୟକ

Khalikote, Ganjam | Sep 6, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ଗ୍ରାମରେ ଗତ କାଲି ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ସାବୁଳିଆ ବଜାର ସାହିର ସନ୍ୟାସୀ ନାହାକ ଙ୍କ ପୁଅ ମାନସ ନାହାକ ବୋଲି ଜଣା ପଡିଛି । ତେବେ ଏ ସମ୍ପର୍କରେ ଖବର ପାଇ ଆଜି ଦିନ ସାଢ଼େ ୧୧ ଟା ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଥିଲେ । ତା ସହ ଉକ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
Read More News
T & CPrivacy PolicyContact Us