This browser does not support the video element.
ଦେବଗଡ: ଦଲକ ଗ୍ରାମରେ ଦନ୍ତା ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ
Debagarh, Debagarh (Deogarh) | Sep 9, 2025
ରିଆମାଳ ବନାଂଚଳ ଦଲକ ଗ୍ରାମରେ ମଙ୍ଗଳବାର ଦନ୍ତା ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଆଜି ଦିନ ତମାମ ଉକ୍ତ ଅଂଚଳରେ ଦନ୍ତା ହାତୀ ରହିଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଛି । ରାତିରେ ମଧ୍ୟ ଉକ୍ତ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଥିବା ନେଇ ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ତେବେ ରୁଆ ବେଉଷଣ ସରିଥିବା ବେଳେ ଚାଷୀ ଧାନ ଅମଳ ଆଶାରେ ରହିଛି । ମାତ୍ର ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ଫେଲ ମାରିଛନ୍ତି ।