Download Now Banner

This browser does not support the video element.

ଦେବଗଡ: ସର୍ପ ଦଂଶନରେ ପତ୍ରାପାଲି ସାହିର ଜନୈକ ବ୍ୟକ୍ତି ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

Debagarh, Debagarh (Deogarh) | Aug 31, 2025
ଦେବଗଡ ପୌରାଂଚଳ ପତ୍ରାପାଲି ସାହିର ଜନୈକ ବ୍ୟକ୍ତି ସର୍ପ ଦଂଶନରେ ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ବ୍ୟକ୍ତି ପତ୍ରାପାଲି ସାହିର ଅଚ୍ୟୁତ ମୁଣ୍ଡା ବୋଲି ଜଣାପଡିଛି । ଅଚ୍ୟୁତ ଆଜି ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା । କିଛି ସମୟ ପରେ ସେ ଗୁରୁତର ହୋଇ ପଡିବାରୁ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆଜି ରାତି ୯ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।
Read More News
T & CPrivacy PolicyContact Us