Download Now Banner

This browser does not support the video element.

ସୁନ୍ଦରଗଡ ସହର: ଡ଼ିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଲେଫ୍ରିପଡ଼ା ଟେଙ୍ଗରାରେ ଅବକାରୀ ଚଢାଉ 80 ଲିଟର ମଦ ସହ ଜଣେ ଗିରଫ

Sundargarh Town, Sundargarh | Sep 3, 2025
ଆଜି ସେପ୍ଟେମ୍ୱର 3 ତାରିଖ ବୁଧବାର ଅପରାହ୍ନ 4 ଟା ପାଖାପାଖି ସମୟରେ ଟେଙ୍ଗରାର ପ୍ରଶାନ୍ତ ଓରାମ 80 ଲିଟର ମଦ ସହ ଗିରଫ ହୋଇଛି। ପ୍ରଶାନ୍ତର ଏହି କଳା କାରବାର ନେଇ ମୋବାଇଲ ୟୁନିଟକୁ କେହି ଜଣେ ସୂଚନା ଦେଇଥିଲେ। ସେହି ସୂଚନା ଆଧାରରେ ମୋବାଇଲ ୟୁନିଟ ଟେଙ୍ଗରାରେ ପହଞ୍ଚି ପ୍ରଶାନ୍ତର ଘରେ ଅତର୍କିତ ଚଢ଼ାଉ କରି 80 ଲିଟର ମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ। ପ୍ରଶାନ୍ତକୁ ସନ୍ଧ୍ୟା 6 ଟା ପାଖାପାଖି ସମୟରେ ଅବକାରୀ ବିଭାଗ ଦଫା 52( a)(i) ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ପ୍ରଶାନ୍ତ ବିରୋଧରେ PR Case No:208 ରେ ବିଭାଗ ଏକ ମାମଲା ରୁଜ୍ଜୁ କରିଛନ୍ତି।
Read More News
T & CPrivacy PolicyContact Us