This browser does not support the video element.
ବଡଚଣା: ବ୍ୟାସନଗର ଉତ୍ସବ ପ୍ୟାଲେସ ଠାରେ ସର୍ବଭାରତୀୟ ଗାର୍ଡ କାଉନସିଲର 3ୟ ଶାଖା ଦ୍ଵିବାର୍ଷିକୀ ସାଧାରଣ ଅଧିବେଶନ ଅନୁଷ୍ଠିତ
Badachana, Jajpur | Sep 21, 2025
ବ୍ୟାସନଗର ସ୍ଥିତ ଉତ୍ସବ ପ୍ୟାଲେସ ଠାରେ ସର୍ବଭାରତୀୟ ଗାର୍ଡ କାଉନସିଲର 3ୟ ଶାଖା ଦ୍ଵିବାର୍ଷିକୀ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଆଇଆରଇସି ଦ୍ବାରା ସହବନ୍ଧିତ ପୂର୍ବତଟ ରେଳପଥ ଯଖପୁରା ଡିଭିଜନ ଅଧୀନରେ କାର୍ଯ୍ୟରତ ରେଲୱେ ଗାର୍ଡ ତଥା ରେଳ ପରିଚାଳକ ସଂଗଠନର 118ଜଣ ଗାର୍ଡ ଏହି ଅଧିବେଶନରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସମଗ୍ର ଦେଶରେ ଭାରତୀୟ ରେଳବିଭାଗର ସାମୁହିକ ଉନ୍ନତି ଓ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା କହିଥିଲେ।