This browser does not support the video element.
କଟକ ପୌରାଞ୍ଚଳ: ଶିଖରପୁର କାଳୀ ମନ୍ଦିର ନିକଟ ମହାନଦୀରେ ବୁଡି ଜଣେ ଛାତ୍ର ନିଖୋଜ
Cuttack M Corp PS, Cuttack | Sep 2, 2025
କଟକ ଶିଖରପୁର କାଳୀ ମନ୍ଦିର ସ୍ଥିତ ମହାନଦୀରେ ବୁଡି ଛାତ୍ର ନିଖୋଜ। ନଦୀରେ ଗୋଡ଼ ଧୋଇବା ପାଇଁ ଯାଇ ପାଣି ଭିତରକୁ ଖସି ଯାଇ ନିଖୋଜ ହୋଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ଏହି ଘଟଣା ଘଟିଛି। ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଛନ୍ତି। ହେଲେ ଛାତ୍ରଙ୍କ କୌଣସି ଖବର ମିଳିପାରି ନାହିଁ । ଛାତ୍ର ଜଣକ ଶିଖରପୁର ଗୌଡ଼ ସାହି ବାସିନ୍ଦା।