Download Now Banner

This browser does not support the video element.

ଝାରସୁଗୁଡା: ଜିଲ୍ଲା ସଂସ୍କୃତି ଭବନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନ ଠାରେ ମଧୁମୟ ସାହିତ୍ୟ ପରିବାର ଝାରସୁଗୁଡା ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଳନ ସହିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସାଢେ ଏଗାରଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନେକ ଲେଖକ ଗଣ ଉପସ୍ଥିତ ରହିଥିଲେ।ଏହି ପରି ଅନୁଷ୍ଠାନଙ୍କ ଉଦ୍ୟମରେ, ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା ବଞ୍ଚି ରହିଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us