This browser does not support the video element.
ଲାଞ୍ଜିଗଡ: ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
Lanjigarh, Kalahandi | Aug 26, 2025
କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ ମୁଣ୍ଡ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ରାଉତ ଯୋଗଦେଇ ଥିବା ବେଳେ ଏହି ଶିବିର ରେ ୪୧୪ ହିତାଧିକାରୀ ପଞ୍ଜୀକରଣ କରିଥିଲେ।ଏହି ଅବସରରେ ଜୟପାଟଣା ପଞ୍ଚାୟତ ର ସମିତି ସଭ୍ୟା ପ୍ରତିନିଧି ପ୍ରକାଶ ଦୁରିଆ, ସନ୍ତୋଷ କୁମାର ରାଉତ, ପ୍ରମୁଖ ଉପସ୍ଥିତ ଥିଲେ।