This browser does not support the video element.
ଦେବଗଡ: ରେଙ୍ଗାଳନାଳି ଗାଁ ରାସ୍ତାରେ ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ମୃତ
Debagarh, Debagarh (Deogarh) | Oct 6, 2025
ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ମୃତ । ଦେବଗଡ ଜିଲ୍ଲା ରିଆମାଳ ଥାନା ରେଙ୍ଗାଳନାଳି ଗ୍ରାମ ରାସ୍ତାରେ ଆଜି ସନ୍ଧ୍ୟାରେ ଏଭଳି ଏକ ଅଭାବନିୟ ଘଟଣା ଦେଖାଦେଇଛି । ମୃତକ ତାଳକୁଣ୍ଡି ଗ୍ରାମପଂଚାୟତ ଡଙ୍ଗାଖୋଳ ଗ୍ରାମର ପ୍ରହ୍ଳାଦ ପ୍ରଧାନ (୬୦) ବୋଲି ଜଣାପଡିଛି । ନିଜ ସାଇକେଲ ଯୋଗେ ପ୍ରହ୍ଳାଦ ଆଜି ସନ୍ଧ୍ୟାରେ ଡଙ୍ଗାଖୋଳ ଗାଁରୁ ବିଲେଇନାଳି ଯାଉଥିବା ବେଳେ ଉକ୍ତ ଘଟଣାସ୍ଥଳରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ସାଇକେଲ ସହିତ ପ୍ରହ୍ଲାଧ ରାସ୍ତା କଡକୁ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।