This browser does not support the video element.
ପାରଳାଖେମୁଣ୍ଡି: ଗାନ୍ଧୀ ଛକ ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ସ୍ୱାହା।
Paralakhemundi, Gajapati | Sep 13, 2025
ଗାନ୍ଧୀ ଛକ ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ସ୍ୱାହା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଗାନ୍ଧୀ ଛକ ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ଜଳି ଧ୍ବଂସ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଗତ କାଲି ଏକ ନୂଆଁ ଫ୍ରିଜ୍ ଆଣି ଦୋକାନରେ ଲଗାଇଥିଲେ, ହେଲେ କୌଣସି କାରଣରୁ ଉକ୍ତ ଫ୍ରିଜ ଟି ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା ବୋଲି ଦୋକାନୀ ମାଲିକ ନରସିଂହ ସାହୁ କହିଛନ୍ତି। ଏହି ଘଟଣାଟି ଆଜି ଭୋର୍ ସମୟରେ ଦୋକାନ ପାଖକୁ ଦୋକାନୀ ମାଲିକ ପହଞ୍ଚି ଦେଖିଲା ବେଳକୁ ଦୋକାନରୁ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଦୋକାନ ଖୋଲିଲା ବେଳକୁ ନିଆଁ ର ବେଗ ବଡିବା ସହ ସବୁ ସାମଗ୍