This browser does not support the video element.
ନୂଆପଡା: ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ଅନୁଷ୍ଠିତ,ସଫଳ ଚାଷୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
Nuapada, Nuapada | Sep 10, 2025
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ୪ ଟାରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଗଣ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲେ l ଏଥିରେ କୃଷକ, ମହିଳା, ଶ୍ରମିକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଜରିଆରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।