Download Now Banner

This browser does not support the video element.

ବିଞ୍ଝାରପୁର: ନୂଆଗାଁରେ ବେଆଇନ ଭାବେ ଚାଲୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ର ଉପରେ ଚଢ଼ାଉ କରିବାକୁ ଯାଇ ଖାଲି ହାତରେ ଫେରିଲେ ପ୍ରଶାସନ

Binjharpur, Jajpur | Jul 14, 2024
ବେଆଇନ ଭାବେ ଚାଲୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ର ଉପରେ ଚଢ଼ାଉ କରିବାକୁ ଯାଇ ଖାଲି ହାତରେ ଫେରିଲା ପ୍ରଶାସନ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ ବଳଦେବ ଜୀଉ ସେବାଶ୍ରମରେ । ବଳଦେବ ଜୀଉ ସେବାଶ୍ରମ ବେଆଇନ ଭାବେ ଚାଲୁଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଜିଲାପାଳଙ୍କ ନିର୍ଦେଶକ୍ରମେ ଆଜି ଯାଜପୁର ଶିଶୁ ସୁରକ୍ଷା ଅଧିକାରୀ ଓ ପୋଲିସ ପ୍ରଶାସନ ଶିଶୁ ମାନଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ପହଁଚିଥିଲେ।
Read More News
T & CPrivacy PolicyContact Us