This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ସାଂସଦ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ |
Dhenkanal Sadar, Dhenkanal | May 3, 2024
ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ସାଂସଦ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ପ୍ରମୁଖ ୩ ରାଜନୈତିକ ଦଳର ସାଂସଦ ପ୍ରାର୍ଥୀ ଆଜି ଗୋଟିଏ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ପ୍ରଥମେ କଂଗ୍ରେସ ତରଫରୁ ସଶ୍ମିତା ବେହେରା ପରେ ବିଜେଡି ତରଫରୁ ଅବିନାଶ ସାମଲ ଏବଂ ତାଙ୍କ ପରେ ବିଜେପି ଦଳ ତରଫରୁ ରୁଦ୍ରନାରାୟଣ ପାଣି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ | ସେହିଭଳି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଢେଙ୍କାନାଳ ବିଧାନସଭା ପାଇଁ ବିଜେଡ଼ିର ସୁଧୀର ସାମଲ ଓ କଂଗ୍ରେସର ସୁଶ୍ମୀତା ସିଂଦେଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |