This browser does not support the video element.
ସୁନ୍ଦରଗଡ ସହର: ମୂଷାକାନୀ ରାସ୍ତା ପାଇଁ ସଦର ବିଧାୟକ ତାଙ୍କ ପାଣ୍ଠିରୁ 4 ଲକ୍ଷ ଟଙ୍କା ମଞ୍ଜୁର କରିବାର ପ୍ରତିଶ୍ରୁତି ଦେଲେ ମୂଷାକାନୀ ବାସୀଙ୍କୁ
Sundargarh Town, Sundargarh | Aug 27, 2025
ଆଜି ଅଗଷ୍ଟ 27 ତାରିଖ ସନ୍ଧ୍ୟା 6:45 ପାଖାପାଖି ସମୟରେ ସଦର ବିଧାୟକ ମୂଷାକାନୀ ରେ ଲୋକ ମାନଙ୍କୁ ନୂଆଁଖାଇ ଉପଲକ୍ଷେ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ। ତେବେ ପ୍ରଥମ କରି ନେତା ଜନତାଙ୍କ ସୁଖ ଓ ଦୁଃଖରେ ଭାଗୀଦାର ହେବାକୁ ଯାଇଥିବା ବେଳେ ମୂଷାକାନୀ ରାସ୍ତା ଉପରେ ତାଙ୍କର ନଜର ପଡ଼ିଥିଲା। ରାସ୍ତାର ଦୂରବସ୍ଥା ଦେଖି ତାର ତୁରନ୍ତ ଉନ୍ନତି କରଣ ନେଇ ସେ ଜିଲ୍ଲା ପରିଷଦ ଅଶ୍ୱିନୀ ନାଏକଙ୍କ କହିବା ସହ ତାଙ୍କ ବିଧାୟକ ପାଣ୍ଠିରୁ 4 ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିବାର ପ୍ରତିଶ୍ରୁତି ଦେଇଛନ୍ତି ।