This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: କଣ୍ଡବା ପୋଲ ନିକଟରୁ ଗଞ୍ଜେଇ ଜବତ କଲା ଆଗରପଡା ପୋଲିସ, ଜଣେ ଗିରଫ
Bhadrak Rural, Bhadrak | Sep 12, 2025
ବାଲେଶ୍ଵର ଖଇରା ବ୍ଲକ୍ ଗମ୍ଭାରିଆ ଅଞ୍ଚଳର ମୁକୁନ୍ଦ ପ୍ରସାଦ ଆଇଚ ଏକ ମୋଟର ସାଇକେଲ ଯୋଗେ ଗଞ୍ଜେଇ ନେଇ ଗମ୍ଭାରିଆରୁ ଆଗରପଡ଼ା ଆଡ଼କୁ ଆସୁଥିବା ସମୟରେ ଖବର ପାଇ ବନ୍ତ ଅତିରିକ୍ତ ତହସିଲଦାର ଓ ଆଗରପଡ଼ା ପୋଲିସ୍ ସଦଳବଳେ ଆଗରପଡ଼ା ଥାନା ଅନ୍ତର୍ଗତ କାଣ୍ଡବା ପୋଲ ନିକଟରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଏକ କିଲୋ ୬୦୦ଗ୍ରାମ ଗଞ୍ଜେଇ ଏକ ମୋଟର ସାଇକେଲ ଜବତ ହୋଇଥିବା ଦେଖିବାକୁ ମିଳିଛି।