This browser does not support the video element.
କୋରେଇ: ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକଙ୍କ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Korai, Jajpur | Aug 27, 2025
ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକଙ୍କ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର,ଅନେକ ଅଭିଯୋଗ ସମାଧାନ କଲେ ବିଧାୟକ l ଆଜି କୋରେଇ ବ୍ଲକ ବିଜେପି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ପଂଚାୟତ ବାସୀଙ୍କ ସମୂହ ଓ ବ୍ୟକ୍ତିଗତ ଅଭିଯୋଗ ଶୁଣିଥିଲେ l ବିଶେଷ ଭାବରେ ପଂଚାୟତ ବାସୀ ରାସ୍ତା,ଡ୍ରେନେଜ,ସ୍ୱାସ୍ଥ୍ୟ ଓ ଶିକ୍ଷାର କିଭଳି ବିକାଶ ହେବ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ l ବିଧାୟକ ଶ୍ରୀ ଦାସନାୟକ ଏହି ଅଭିଯୋଗ ଶୁଣିବା ପରେ ସମାଧାନ ପାଇଁ ବିଭାଗ୍ୟ ଅଧିକାରୀଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ l