This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ
Phulabani Town, Kandhamal | Apr 24, 2024
ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସୂଚନାଯୋଗ୍ୟ, ମଙ୍ଗଳବାର ଅନାସ୍ଥା ଉପରେ ମତଦାନ ହେବାର ଥିଲା। ଏ ନେଇ ଜିଲାପାଳ ନୋଟିସ ଜାରୀ କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶ ପରେ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା। ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପାଇଁ ଆବେଦନ କରିଥିଲେ।