This browser does not support the video element.
ନୂଆପଡା: ବୁଏରଭଟା ଗ୍ରାମରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜର ବିଜୟ ଦଶମୀ ପ୍ରସ୍ତୁତି ବୈଠକ
Nuapada, Nuapada | Sep 7, 2025
ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଆଗାମୀ ବିଜୟ ଦଶମୀ ପ୍ରସ୍ତୁତି ବୈଠକ ଖଡ଼ିଆଳ ବ୍ଲକ ବୁଏରଭଟା ଗ୍ରାମରେ ଆଜି ୩ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ସମାଜର କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଗଠକ ପରମେଶ୍ୱର ବାରିକ କର୍ମକର୍ତ୍ତାଙ୍କୁ ଆବାହନ କରିଥିବା ବେଳେ ମୁଖ୍ୟ ସଂପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ସହ ସମ୍ପାଦକ ସୁନିଲ କୁମାର ମାଝୀ,ଯୁଗ୍ମ ସମ୍ପାଦକ ଘୁମେଶ ଚଲାନ, ସହ ସଂଗଠକ ବିଭୂତି ଭୂଷଣ ବିଶି, ଯୁଗ୍ମ ସଂଗଠକ ଜଗଦୀଶ ବାରିକ,କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ଥିଲେ।