This browser does not support the video element.
ଖରିଆର: ଡୁଆଝର ସମବାୟ ସମିତିରେ ଅବ୍ୟବସ୍ଥା, ସାର ନପାଇ ଫେରିଗଲେ ଶତାଧିକ ଚାଷୀ; ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ
Khariar, Nuapada | Sep 13, 2025
ଖଡ଼ିଆଳ ବ୍ଲକ ଡୁଆଝର ସମବାୟ ସମିତିରେ ଶତାଧିକ ଚାଷୀ ଆଜି ସାର୍ ପାଇଁ ଆସିଥିବା ବେଳେ ସମିତି ଖୋଲି ନଥିବାରୁ ନିରାଶାରେ ଫେରି ଯାଇଛନ୍ତି। ଏହି ସମବାୟ ସମିତିରେ ଆଜି ଲାଞ୍ଜି, କେନ୍ଦୁପାଟି ଓ ଦାବ୍ରି ପଞ୍ଚାୟତର ଚାଷୀ ମାନଙ୍କୁ ସାର୍ ଦେବା ପାଇଁ ନୋଟିସ କରା ଯାଇଥିଲା। ଚାଷୀ ମାନେ ଆଜି ପାହାନ୍ତିଆରୁ ଆସି ସମବାୟ ସମିତି ପାଖରେ ଭିଡ ଜମାଇଥିଲେ। କିନ୍ତୁ ସମବାୟ ସମିତି କର୍ମଚାରୀ ଆସ ନଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ। ଖବର ପାଇ ଆଜି ୧୨ ଟାରେ ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଆସି ନୂଆପଡ଼ା ଜିଲାପପାଳ ଓ ଉପ ଜିଲାପାଳଙ୍କୁ ଜଣାଇଥିଲେ।