This browser does not support the video element.
ପଟ୍ଟାଙ୍ଗୀ: କାଳିଆ ମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
Pottangi, Koraput | Aug 22, 2025
କୋରାପୁଟ ଜିଲ୍ଲାର କାଳିଆ ମାଲି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। କାଳିଆ ମାଲିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଆସନ୍ତା ପର୍ଯ୍ୟଟନ ରୁତୁ ପୁର୍ବରୁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଦେଓମାଳୀ ଠାରୁ ତଳ ମାଲି ଏବଂ କାଳିଆ ମାଳିକୁ ସଂଯୋଗୀକରଣ କାମ ଶେଷ ପର୍ଯ୍ୟାୟରେ ଥିବା ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।