Download Now Banner

This browser does not support the video element.

ଆସିକା: ଓକିଲ ସଙ୍ଘର କଲମ ଛାଡ଼ ଆନ୍ଦୋଳନ

Asika, Ganjam | Oct 8, 2025
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ଆଇନଜୀବୀ ତଥା ରାଜ୍ୟ ବାର କାଉନସିଲ ସଦସ୍ୟ ସ୍ବର୍ଗତ ପୀତବାସ ପଣ୍ଡା ଙ୍କୁ ହତ୍ୟା ଘଟଣା ରେ ଆଜି ରାଜ୍ୟ ବାର କାଉନସିଲ ନିର୍ଦେଶ କ୍ରମେ ଆସିକା ଓକିଲ ସଙ୍ଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି l ଆସିକା ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଶୋକ ସଭା ସହ କଲମ ଛାଡ଼ ଆନ୍ଦୋଳନ ଦିଆଯାଇଥିଲା l ରାଜ୍ୟରେ ଦିନକୁ ଦିନ ଆଇନଜୀବୀ ମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଜଣେ ସଚୋଟ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାରୀ ଙ୍କୁ ଗିରଫ ସହ କ୍ଷତିପୂରଣ ଦାବିରେ ଓକିଲ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଛି l
Read More News
T & CPrivacy PolicyContact Us