This browser does not support the video element.
କଟକ ପୌରାଞ୍ଚଳ: ସହରରେ ପାର୍ବଣ ଋତୁ ସମୟରେ ହାଇକୋର୍ଟଙ୍କ କଟକଣା ନିର୍ଦ୍ଦେଶ ନେଇ କୋର୍ଟ ପରିସରରେ ଓକିଲଙ୍କ ପ୍ରତିକ୍ରିୟା
Cuttack M Corp PS, Cuttack | Aug 21, 2025
କଟକ ସହରରେ ଆଗାମୀ ସମୟରେ ହେବାକୁ ଥିବା ବିଭିନ୍ନ ପୂଜା ପାଇଁ ହାଇକୋର୍ଟ ଅନେକ କଟକଣା ଜାରି କରିଛନ୍ତି। ରାସ୍ତା ଅବରୋଧ ନକରି ପେଣ୍ଡାଲ ତିଆରି କରିବା, ଅଧିକ ଉଚ୍ଚତା ବିଶିଷ୍ଟ ତୋରଣ ନକରିବା, ଅଧିକ ଶବ୍ଦ ପ୍ରଦୂଷଣ ନକରିବା ଭଳି ଆଜି ହାଇକୋର୍ଟ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗୁରୁବାର ସନ୍ଧ୍ୟା ୬ ଟା ସମୟରେ ହାଇକୋର୍ଟ ପରିସରରେ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ଆଡଭୋକେଟ କମିଟି ସଦସ୍ୟ ଆଇନଜୀବୀ ସରୋଜ ପାଢ଼ୀ।