This browser does not support the video element.
କୋରାପୁଟ ସହର: କୋରାପୁଟ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସର ଦଶହରା ମେଢରେ ଶ୍ରଦ୍ଧାଳୁଙ୍କ ଭିଡ଼
Koraput Town, Koraput | Sep 29, 2025
କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଅୟୋଜନ ପୋଲିସ ପଡିଆର ଦଶହରା ମେଢ଼ ସହରର ମୁଖ୍ୟ ଆକର୍ଷଣ ହୋଇଛି। ସୋମବାର ସନ୍ଧ୍ୟା ୭ଟା ସମୟରେ ମାଙ୍କ ଦର୍ଶନ କରିବା ସହ ମେଢ଼ ଦେଖିବାକୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ମାଁ ଙ୍କ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜିଲ୍ଲା ପୁଲିସ ସଂଘ ସଭାପତି ଗିରିଜା ଶଙ୍କର ନାୟକ କହିଛନ୍ତି। ପ୍ରତି ବର୍ଷ ଜିଲ୍ଲା ପୋଲିସ ଦଶହରା ମେଢରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଲୋକଙ୍କୁ ସଚେତନ ବାର୍ତ୍ତା ମଧ୍ୟ ଦିଆ ଯାଇଥାଏ।