This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଶ ପୂଜା ଭସାଣିକୁ ନେଇ ଅଶାନ୍ତ ଭୁବନେଶ୍ୱର; ମହାରାଜା ବସ୍ତି ଏବଂ ଧବଳେଶ୍ୱର ବସ୍ତି ମଧ୍ୟରେ ଗୋଷ୍ଠୀ ସଂଘର୍ଷ
Bhubaneswar M Corp, Khordha | Aug 31, 2025
ଗଣେଶ ପୂଜା ଭସାଣି ସମୟରେ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ୟୁନିଟ 9 ଅଂଚଳ | ସୂଚନା ଅନୁସାରେ ଗଣେଶ ପୂଜା ଭସାଣିକୁ ନେଇ ଅଶାନ୍ତ ଭୁବନେଶ୍ୱର, ମହାରାଜା ବସ୍ତି ପିଲା ଧବଳେଶ୍ୱର ବସ୍ତିରେ ପଶି ବାଡେଇବା ଅଭିଯୋଗ ହୋଇଛି | ଉତ୍ତେଜନା ଏତେ ବଢିଛି ଯେ ଘଟଣା ସ୍ଥଳ ରେ ପୋଲିସ ପହଂଚି ବୁଝାସୁଜା କରୁଛି | ଯାହା ସୂଚନା ରହିଛି ପରିସ୍ଥିତି କୁ ଆୟତ କରିବାରେ ପୋଲିସ ନାକେଦମ ହୋଇଗଲାଣି କିନ୍ତୁ ବର୍ତମାନ ସୁଦ୍ଧା ସ୍ଥିତି ସୁଧୁରିନି, ପରିସ୍ଥିତି କୁ ସୁଧାରିବାକୁ ଆଉ ଏକ ପୋଲିସ ଟିମ ମଧ୍ୟ ଘଟଣା ସ୍ଥଳ ରେ ପହଂଚିଛି |