Download Now Banner

This browser does not support the video element.

ଜଗତସିଂହପୁର: ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ଅଭାବରୁ ମହିଳାଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ

Jagatsinghapur, Jagatsinghpur | Sep 2, 2025
ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ଅଭାବ ଓ ମହିଳାଙ୍କ ମୃତ୍ୟୁ ଘଟଣାରେ ଜଗତସିଂହପୁର ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ । ଆଜି ଦିନ ୪ ଟା ସମୟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ସ୍ୱାମୀ ବରିଷ୍ଠ ଆଇନଜୀବୀ ପିତାମ୍ବର ପଣ୍ଡା ଆମ୍ବୁଲାନ୍ସର ମାଲିକ ଓ ଡ୍ରାଇଭର ନାମରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଥାନା ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନାମକ ମହିଳା ଗୁରୁତର ଅବସ୍ଥାରେ କଟକ ଯାଉଥିବା ସମୟରେ ଆମ୍ବୁଲାନ୍ସରେ ଅକ୍ସୀଜେନ ନ ଥିବାରୁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ମହିଳାଙ୍କ ସ୍ୱାମୀ ଆଜି ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us