This browser does not support the video element.
ବଲାଙ୍ଗୀର: ରଘୁମଣି ପାଲି ଗ୍ରାମରେ ସ୍ବାମୀ ସ୍ତ୍ରୀଙ୍କ ବିବାଦକୁ କେନ୍ଦ୍ର କରି ଶଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ମେଡ଼ିକାଲ୍ ରେ ଭର୍ତ୍ତି
Balangir, Balangir | Aug 24, 2025
ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଶଶୁର ଆକ୍ରମଣରେ ଜ୍ୱାଇଁ ଗୁରୁତର ବଲାଙ୍ଗୀର ସାଦର ଥାନା ଅନ୍ତର୍ଗତ ଶିବତଲା ରଘୁ ମଣି ପାଲି ଗ୍ରାମରେ ପରିବାରିକ କଳହ ଭୟଙ୍କର ରୂପ ନେଇଛି। ସ୍ବାମୀ ସ୍ତ୍ରୀଙ୍କ ବିବାଦକୁ କେନ୍ଦ୍ର କରି ଜ୍ୱାଇଁ ସମୀର କୁଅଁର ଉପରେ ତାଙ୍କ ଶଶୁରଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଉଠିଛି। ହରଗୌରୀ ମନ୍ଦିର ପାଖରେ ଛକି ବସିଥିବା ଶଶୁର କାଠ ଓ ଲୁହା ରଡ଼ରେ ଆକ୍ରମଣ କରାଯାଇଥିବାରୁ ସମୀର ଗୁରୁତର ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।