This browser does not support the video element.
କୋରାପୁଟ ସହର: କୋରାପୁଟ ମୁନସିପାଲଟି ଅଡିଟୋରିୟମରେ ବିଜେପିର ସେବାପକ୍ଷ ପାଳନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି
Koraput Town, Koraput | Sep 4, 2025
କୋରାପୁଟ ମୁନସିପାଲଟି ଅଡିଟୋରିୟମରେ ବିଜେପିର ସେବା ପକ୍ଷ ପାଳନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନ ୪ଟା ସମୟ ପର୍ଯ୍ୟନ୍ତ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ଶିବୋ ମୁଦୁଲି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ସହ ଜିଲ୍ଲା ସ୍ତରୀୟ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଦେଶବ୍ୟାପୀ 'ସେବା ପକ୍ଷ' ପାଳନ କରାଯିବ ଏହି ଅବସରରେ କୋରାପୁଟ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଥିଲା।